ପାଖେଇ ଆସୁଛି ନିର୍ବାଚନ । ସମୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସକ ଭିତରେ ତିନିଥର ଓଡିଶା ଗସ୍ତ କରିଥିବା ବେଳେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖରେ ଦ୍ୱିତୀୟ ଓଡିଶା ଗସ୍ତରେ ଆସୁଛନ୍ତି । ଭବାନୀପାଟଣା ଓ ରାଉରକେଲାରେ ସେ ଜନସମାବେଶକୁ ଉଦବୋଧନ ଦେବେ । ୧୫ଦିନ ଭିତରେ ଏହା ହେଉଛି ରାହୁଲଙ୍କର ଦ୍ୱିତୀୟ ଓଡିଶା ଗସ୍ତ । ଉଭୟ ବିଜେପି ଓ କଂଗ୍ରେସର ଟାର୍ଗେଟରେ ରହିଛି ଓଡିଶା । ଗତ ୧୯ ବର୍ଷ ଧରି ଓଡିଶାରେ ନବୀନ ପଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କ୍ଷମତାସୀନ ଥିବାବେଳେ ଏଥରକ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ଲାଗି ପଡିଛନ୍ତି ଦୁଇ ରାଷ୍ଟ୍ରୀୟ ଦଳ କଂଗ୍ରେସ ଓ ବିଜେପି । କେନ୍ଦ୍ରରେ ବିଜେପି ସରକାର ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ପର୍ବ ଆରମ୍ଭ କରିଥିବା ବେଳେ କଂଗ୍ରେସ ନିକଟରେ ତିନୋଟି ରାଜ୍ୟରେ କ୍ଷମତାସୀନ ହେବା ଏବଂ ଚାଷୀଙ୍କ ଋଣଛାଡ କରିବା ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି । ଓଡିଶାରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଓ ବିଜେପି କସରତ ଆରମ୍ଭ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ ବି ଓଡିଶା ଗସ୍ତରେ ଆସି ଜନ ସମାବେଶକୁ ଉଦବୋଧନ ଦେଇଛନ୍ତି । ଓଡିଶାରେ ଦୀର୍ଘବର୍ଷ କ୍ଷମତାରେ ରହିଥିବା ବିଜେଡିକୁ ହଟାଇ କ୍ଷମତା ଦଖଲ କରିବାକୁ ଦୁଇ ଦଳ ବେଶୀ ଗୁରୁତ୍ୱ ଦେଉଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here