2021-22 ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଆଗତ କରିଛନ୍ତି । କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ନିମ୍ନମୁଖୀ ହୋଇଥିବାରୁ ଏବଂ ଦେଶର ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀ ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ବଜେଟରେ ଏହିସବୁ ଶ୍ରେଣୀ କିପରି ଅଧିକ ସୁଫଳ ପାଇପାରିବେ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ନିର୍ବାଚନ ହେବାକୁ ଚାରୋଟି ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଓ ଆସାମ ପାଇଁ କେନ୍ଦ୍ର ବଜେଟରେ ପ୍ୟାକେଜ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗରେ 25 ହଜାର କୋଟିରେ 675 କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । କେରଳ ପାଇଂ 65 ହଜାର କୋଟି ଓ ଆସାମ ପାଇଁ 3 ହଜାର 4 ଶହ କୋଟି ଟଙ୍ରେକାର ପ୍ୟାକେଜ ଘୋଷଣା କରାଯାଇଛି । ସେହିପରି ଚାଷୀଙ୍କ ପାଇଁ ବଜେଟରେ ଅଧିକ ଧ୍ୟାନ ଦିଆଯାଇଛି । 2025-26 ସୁଦ୍ଧା ବିତ୍ତୀୟ ନିଅଣ୍ଟ 5 ପ୍ରତିଶତରୁ ତଳକୁ ଖସାଇବାକୁ ଲକ୍ଷ ରଖାଯାଇଛି । ସେହିପରି 2021 -22ରେ ବିତ୍ତୀୟ ନିଅଣ୍ଟ ଜିଡିପିର 6.8 ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
ରେଲଓ୍ବେ ପାଇଁ ବଜେଟରେ 1,10,055 କୋଟି ଟଙ୍କା ବ୍ୟୟ ବରାଦ ।
27 ଟି ସହରରେ ଆଉ 1060 କିଲୋମିଟର ମେଟ୍ରୋ ଲାଇନ ହେବ ।
ବେଙ୍ଗାଲୁର ଏବଂ ଚେନ୍ନାଇକୁ ମେଟ୍ରୋ ସଂପ୍ରସାରଣ ପ୍ରସ୍ତାବ ।
ଚାଷୀଙ୍କ ଆୟ ଦେଢଗୁଣା ବଢାଇବାକୁ ଯୋଜନା ।
କ୍ୃଷିଋଣ ପରିମାଣ 16.5 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ।
କରୋନା ଭ୍ୟାକସିନ ଉତ୍ପାଦନ ପାଇଁ 35 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ଛାଡ ।
2022 ମାର୍ଚ୍ଚ ସୁଦ୍ଧା ଆଉ 11 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ।
ଦେଶରେ ଆଉ ନୂଆ 100ଟି ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ପିପିପି ମୋଡରେ ଏହି ନୂଆ ସ୍କୁଲ ପ୍ରତିଷ୍ଠା କରାଯିବ ।
ଲେହରେ ସ୍ଥାପନ ହେବ ସେଣ୍ଟ୍ରାଲ ୟୁନିଭରସିଚି ।
ବିଶ୍ବସ୍ବସ୍ଥ୍ୟ ସଂଗଠନର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ ।
ସମଗ୍ର ଦେଶରେ 15ଟି ଜରୁରୀକାଳୀନ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ 2.87 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଜନଗଣନା ପାଇଁ 3760 କୋଟି ଟଙ୍କା ।
ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ଯୋଜନା ।
ଘରୋଇ ଗାଡି 20 ବର୍ଷ ଏବଂ କମର୍ସିଆଲ ଗାଡି ପାଇଁ 15 ବର୍ଷ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here