ବିଶ୍ବକପରେ ଭାରତର ଆଉ ଏକ ସର୍ବବୃତ୍ତ ବିଜୟ । ଶ୍ରୀଲଙ୍କାକୁ 302 ରନରେ ହରାଇ ଭାରତ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି । ଆଜି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ 8 ଉଇକେଟ୍ ହରାଇ 357 ରନ୍ କରିଥିଲା । ଶ୍ରୀଲଙ୍କା 358 ରନ୍ ବିଜୟ ଲକ୍ଷରେ ମଇଦାନକୁ ଓହ୍ଲାଇଥିଲେ ହେଁ ମାତ୍ର 55 ରନରେ ଅଲଆଉଟ ହୋଇଯାଇଥିଲା । ବିଶ୍ବକପରେ ଏହା ଭାରତର ସର୍ବବୃହତ୍ତ ବିଜୟ । ମହମ୍ମଦ ଶାମି 5ଟି ଉଇକେଟ ନେଇ ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଥିଲେ । ବିଶ୍ବକପରେ ଭାରତ ସାତଟି ମ୍ୟାଚ ଖେଳି ସାତଟି ଯାକ ଜିତି 14 ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି ।

LEAVE A REPLY

Please enter your comment!
Please enter your name here