ଦିନେ ହାତରେ ବନ୍ଧୁକ ଦେହରେ ମାଓବାଦୀଙ୍କ ପୋଷାକ ପିନ୍ଧି ଜଙ୍ଗଲରେ ଖେଳାଉଥିଲେ ଆତଙ୍କ । କିନ୍ତୁ ଆଜି, ବର-ବଧୂ ବେଶରେ । ଶିବ ମନ୍ଦିର ସାମ୍ନାରେ ବେଦିରେ ପଡିଛି ହାତଗଣ୍ଠି । ଲାଲବାହିନୀରୁ ଏବେ ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ସାଜିଛନ୍ତି କଲମଦେଇ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ପୂର୍ବତନ ହାଡକୋର ମାଓବାଦୀ ରାମ ଦାସ ଓ କମଲଦେଇ । ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଏହି ଦୁଇ ମାଓବାଦୀ । ପ୍ରଶାସନର ଥଇଥାନ ପରେ ଦୁଇ ମାଓବାଦୀ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହା ଜାଣିବା ପରେ ଏମାନଙ୍କ ବିବାହ କରିବା ନେଇ ଆଗେଇ ଆସିଥିଲା ପୋଲିସ ବାହିନୀ । ମାଓ ସଙ୍ଗଠନ ଛାଡିଥିବା ପ୍ରେମୀ ଯୁଗଳଙ୍କ ଭବ୍ୟ ବିବାହ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲା କଳାହାଣ୍ଡି ପୋଲିସ । ତେବେ ପୋଲିସ ପକ୍ଷରୁ ଆୟୋଜନ ହୋଇଥିବା ଏହି ବାହାଘରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବାହାଘରରେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହୋଇ ବର କନ୍ୟାଙ୍କୁ ଆର୍ଶୀବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here