ପୂର୍ବତନ ରାଷ୍ଟପତି ପ୍ରଣବ ମୂଖାର୍ଜୀ, ବିଶିଷ୍ଟ ସମାଜ ସେବୀ ନାନାଜୀ ଦେଶମୁଖ ଓ ସଙ୍ଗୀତକାର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଅଭିନନ୍ଦନ ଜଣାଇବା ସହ ଶ୍ରୀ ମୂଖାର୍ଜୀଙ୍କୁ ଜଣେ ଶ୍ରେଷ୍ଠ ରାଜନେତା ଓ ନିଃସ୍ୱାର୍ଥପର ଦେଶ ସେବକ ବୋଲି ଅଭିହିତ କରିଛନ୍ତି. ପ୍ରଣବ ଦା ଭାବରେ ପରିଚିତ ଶ୍ରୀ ମୂଖାର୍ଜୀ କଂଗ୍ରେସର ଜଣେ ବରିଷ୍ଠ ରାଜନେତା. ବିଭିନ୍ନ ସମୟରେ ସେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ 2012 ରୁ 2017 ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ. ସେହିପରି ସଂଘ ପରିବାରର ସଦସ୍ୟ ନାନାଜୀ ଦେଶମୁଖ 1977ରେ ମନ୍ତ୍ରୀ ପଦକୁ ପ୍ରତ୍ୟାଖାନ କରିବା ସହ ସାରା ଜୀବନ ନିଃସ୍ୱାର୍ଥପର ଭାବେ ଦେଶ ସେବାରେ ବ୍ରତୀ ହୋଇଥିଲେ. ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ରରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି. ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକା ଭାରତୀୟ ସଙ୍ଗୀତକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ  ଏହି ସମ୍ମାନ ପ୍ରଦାନ କରାଯିବ.

LEAVE A REPLY

Please enter your comment!
Please enter your name here