ଭବିଷ୍ୟତରେ ସମଗ୍ର ବିଶ୍ବ କୋଭିଡଠୁ ଭୟଙ୍କର ମହାମାରୀର ଶୀକାର ହେବ । ପାଞ୍ଚକୋଟି ଲୋକ ପ୍ରାଣ ହରାଇବେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ମହାମାରୀର ନାଁ ଦେଇଛି ଏକ୍ସ ଡିଜିଜ୍ । ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍ ବିଙ୍ଗହାମ୍ ଡେଲି ମେଲ୍ କୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ଏହି ଭୟଙ୍କର ମହାମାରୀରୁ ରକ୍ଷା ପାଇବାକୁ ହେଲେ ସମଗ୍ର ବିଶ୍ବକୁ ସମୂହ ପ୍ରତିଷେଧକ ନେବାକୁ ହେବ । ଗତ ମେ ମାସରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଜ ଓ୍ବେବସାଇଟରେ ଏହି ଭାଇରସ୍ ସଂପର୍କରେ ସୂଚନା ଦେଇଥିଲା । ମହାମାରୀ ରୋକିବା ପାଇଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରତିଷେଧକ ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି । ତେବେ ବିଙ୍ଗହାମଙ୍କ କହିବା କଥା, ବ୍ୟାପକମାତ୍ରାରେ ଜଙ୍ଗଲ ଧ୍ବଂସ, ଆଧୁନିକ କୃଷି ପ୍ରଣାଳୀ ସଂକ୍ରମଣର ପ୍ରମୁଖ କାରଣ ।

LEAVE A REPLY

Please enter your comment!
Please enter your name here