ଏବେବି ନରମି ନାହାଁନ୍ତି ଦାମ ବାବୁ । ନୂଆବର୍ଷରେ ବିଜେଡ଼ି ମୁଖିଆଙ୍କ ଉପରେ ବର୍ଷିଛନ୍ତି ଦାମ ରାଉତ । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଦଳରୁ ବାହାର କରନ୍ତି ତାଙ୍କୁ ଚୋର କହି ବାହାର କରନ୍ତି । କିନ୍ତୁ ମୁଁ ନବୀନଙ୍କୁ ଚୋର କହି ବହିଷ୍କାର ହୋଇଛି ବୋଲି ଶ୍ରୀ ରାଉତ ସମାଲୋଚନା କରିଛନ୍ତି । ସେପଟେ ବିଜେଡ଼ି ନେତା ଦାମଙ୍କ ଗଣିତ ଭୁଲ କହି ନବୀନଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ମନ୍ତ୍ରୀ ଅଶୋକ ପଣ୍ଡା ଖଣ୍ଡନ କରିଛନ୍ତି ।

ଦାମ ରାଉତ ରାଜନୈତିକ ଭବିଷ୍ୟତ ନେଇ ପୂର୍ବାନୁମାନ କରିଛନ୍ତି । ସେ ବର୍ତ୍ତମାନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓ ୪୪ ବର୍ଷ ଧରି ରାଜନୀତି କରୁଛନ୍ତି । ଲୋକେ ତାଙ୍କଠାରୁ ଶୁଣିବାକୁ ଆସୁଛନ୍ତି ମାତ୍ର ନିର୍ବାଚନ ସମୟରେ କ’ଣ କରିବେ ସେ ଜାଣନ୍ତି ନାହିଁ । ପାଣ୍ଡିଆନ୍‌ ଯାହା ଲେଖିକି ଦିଅନ୍ତି ସେ ତାହା କୁହନ୍ତି । ଲୋକେ ଦୁର୍ନିତି, ଭ୍ରଷ୍ଟାଚାର, କୁଶାସନରୁ ମୁକ୍ତି ଦରକାର କଲେଣି ଓ ପରିବର୍ତନ ଚାହୁଁଛନ୍ତି ବୋଲି ଦାମ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here