ସାଧାରଣତଃ ସମସ୍ତେ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି. ଯଦି ଆପଣ ବି ଗରମ ଚା’ ପିଉଛନ୍ତି, ତାହେଲେ ଏଥିରେ ବ୍ରେକ ଲଗାନ୍ତୁ. ନହେଲେ ଶିକାର ହୋଇପାରନ୍ତି ଏକ ବଡ ରୋଗରେ. ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର ହେବାର ଆଶଙ୍କା ବଢିଯାଏ ବୋଲି ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି. ଆମେରିକାର ଏକ ମେଡିକାଲ ଜର୍ନାଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗରମ ଚା ପିଇଲେ ଗଳା କ୍ୟାନସର ହେବାର ଆଶଙ୍କା ଆଠ ଗୁଣ ବଢିଯାଇଥାଏ. ସେଥିପାଇଁ ଚା’ ପିଇବା ସମୟରେ ସବୁବେଳେ ଚା ଟିକେ ଥଣ୍ଡା ହୋଇଗଲେ ପିଇବା ଉଚିତ.