ଶେଷରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୋଧାପୁର ସିସନ କୋର୍ଟରୁ ଆଶ୍ୱସ୍ତି ମିଳିଛି. ବାହାରକୁ ଯିବା ପୂର୍ବରୁ ବାରମ୍ବାର କୋର୍ଟର ଅନୁମତି ନେବାରୁ କୋର୍ଟ ସଲମାନଙ୍କୁ ମୁକ୍ତି ଦେଇଛନ୍ତି. ସଲମାନଙ୍କ ଓକିଲ ଏଚ.ଏମ ସାରସ୍ୱତ କହିଛନ୍ତି, ଏବେ ବିଦେଶ ଯାତ୍ରା ପାଇଁ ସଲମାନଙ୍କୁ ଆଉ କୋର୍ଟଙ୍କ ଅନୁମତି ନେବାକୁ ପଡିବନାହିଁ ହେଲେ  ଯିବା ପୂର୍ବରୁ ଯାତ୍ରାର ସଂପୂର୍ଣ୍ଣ ବିବରଣୀ ଦେବାକୁ ହେବ. କେତେଦିନର ରହଣୀ, ଯିବାର ତାରିଖ, ଗନ୍ତବ୍ୟସ୍ଥଳ, ରହିବା ସ୍ଥାନ ଏପରି ସବୁ ସୂଚନା ତାଙ୍କୁ ଦେବାକୁ ହେବ. ତେବେ ବିପକ୍ଷ ପାର୍ଟି କୋର୍ଟରେ ଏକ ପିଟିସନ ଦାଖଲ କରି ବେଲର ଏପରି ଏକ ସର୍ତ୍ତ ରଖିଥିଲେ. ଯେଉଁଥିରେ ସଲମାନଙ୍କୁ ପ୍ରତିଥର ଅନୁମତି ନେବାକୁ ପଡୁଥିଲା. ସାରସ୍ୱତ କହିଛନ୍ତି, ଆମେ ଏହି ପ୍ରାର୍ଥନା ପତ୍ରକୁ ଉଠାଇନେଇ ଏକ ନୂତନ ପ୍ରାର୍ଥନା ପତ୍ର ଦାଖଲ କରିଛୁ ଯାହାକୁ ଜଷ୍ଟିସ ଚନ୍ଦ୍ର କୁମାର ସଙ୍ଗୋରା ସ୍ୱିକାର କରିଛନ୍ତି.

LEAVE A REPLY

Please enter your comment!
Please enter your name here