୫ ହଜାର ଟଙ୍କା ପର୍ଯ୍ୟନ୍ତ କମିବ ସୁନା ଦର । ସଙ୍କଟ କିମ୍ବା ଆର୍ଥିକ ମାନ୍ଦାବସ୍ତା ବେଳେ ସୁନା ନିବେଶକୁ ସବୁଠୁ ଭଲ ବିକଳ୍ପ ବୋଲି କୁହାଯାଏ । ହେଲେ ଏବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଆମେରିକା ଡଲାର ଓ କୋଭିଡ ଭ୍ୟାକ୍ସିନ୍ ଖବର ମଧ୍ୟରେ ସୁନା ରୂପା ଶସ୍ତା ହୋଇଛି । ଅଗଷ୍ଟ ପରଠୁ ଏପର୍ଯ୍ୟନ୍ତ ସୁନାର ଦାମ୍ ୧୦ ଗ୍ରାମ ପିଛା ପ୍ରାୟ ୬ହଜାର ଟଙ୍କା ଶସ୍ତା ହୋଇସାରିଛି । ଏବେ କରୋନା ଭ୍ୟାକ୍ସିନ୍ ଶୀଘ୍ର ଆସୁଥିବାର ଖବର ମିଳିବା ପରେ ୧୦ ଗ୍ରାମ ପିଛା ସୁନା ଦାମ ୧ ହଜାର ଟଙ୍କା ଶସ୍ତା ହୋଇସାରିଛି । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ସୁନା ମୂଲ୍ୟରେ ଆଗାମୀ ସମୟରେ ହ୍ରାସ ଘଟିବାର ସମ୍ଭାବନା ରହିଛି । ନୂଆବର୍ଷ ପର୍ଯ୍ୟନ୍ତ ସୁନାର ଦାମ ୧୦ ଗ୍ରାମ ପିଛା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ । ଆଗାମୀ ସମୟରେ ସୁନା ଦର ଆହୁରୀ ହ୍ରାସ ଘଟିପାରେ । ଯଦି ନୂଆବର୍ଷ ସୁଦ୍ଧା ଭ୍ୟାକ୍ସିନ ଲଞ୍ଚ ହୋଇଯାଏ ତେବେ ସୁନା ଦର ୪୫ ହଜାର ଟଙ୍କା ପର୍ଯର୍୍ୟନ୍ତ ଖସିପାରେ ।

LEAVE A REPLY

Please enter your comment!
Please enter your name here