ଆସନ୍ତା ମାସରେ ଗ୍ରାହକଙ୍କ ପାଖରେ ଉପଲବ୍ଧ ହେବ ବାଇଗଣୀ ରଙ୍ଗର ନୂଆ 100 ଟଙ୍କିଆ ନୋଟ. ଏହି ନୂଆ ନୋଟ ଜାରି କରିବେ ଆରବିଆଇ . ଆକାରରେ ଏହି ନୋଟ ପୁରୁଣା ଶହେ ଟଙ୍କାଠାରୁ ଛୋଟ ଓ ଦଶ ଟଙ୍କିଆଠାରୁ ସାମାନ୍ୟ ବଡ଼. ଗ୍ରାହକଙ୍କୁ କୌଣସି ପ୍ରକାରର ଅସୁବିଧା ନହେବା ପାଇଁ ନୂଆ ନୋଟ ସହ ପୁରୁଣା ନୋଟର ପ୍ରଚଳନ ମଧ୍ୟ ହେବ. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆ ନୋଟ ଛପା ଆରମ୍ଭ କରିସାରିଥିବା ସୂଚନା ମିଳିଛି. ପୂର୍ବରୁ ଆରବିଆଇ 10,50,200,500 ଓ 2000 ଟଙ୍କିଆ ନୋଟ ମଧ୍ୟ ଜାରି କରିଥିଲେ. ଅଗଷ୍ଟ ଶେଷ ସପ୍ତାହ ବେଳକୁ ଏହି ନୋଟ ଗ୍ରାହଙ୍କ ପାଖରେ ପହଁଞ୍ଚିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି. ମଧ୍ୟପ୍ରଦେଶର ହୋସଙ୍ଗବାଦ ସିକ୍ୟୁରିଟି ପେପର ମିଲରେ ଏହି ନୋଟ ସ୍ୱଦେଶୀ ପେପର ଓ କାଳିରେ ଛପା ଯିବ.ନୂଆ ନୋଟରେ ପାଖାପାଖି ଏକ ଡର୍ଜନ ସୂକ୍ଷ୍ମ ସିକ୍ୟୁରିଟି ଫିଚର ରଖାଯାଇଛି ଯାହା କେବଳ ଅତି ବାଇଗଣୀ ରଶ୍ମୀରେ ଦେଖାଯିବ.

LEAVE A REPLY

Please enter your comment!
Please enter your name here