ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗୁରୁବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି. ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ...
ପୁଣି ଜବତ ହେଲା ବାଘ ଚମଡା
ବାରମ୍ବାର ବାଘ ଚମଡା ଚୋରା ଚାଲାଣ ହେଉଥିବା ସାମ୍ନାକୁ ଆସୁଛି. ଗତ କିଛି ଦିନ ତଳେ ମୟୁରଭଞ୍ଜ ଜିଲ୍ଲାରେ ବାଘ ଚମଡା ଜବତ ହୋଇଥିବା ବେଳେ ଏବେ ପୁଣି କଳାହାଣ୍ଡି ଜିଲ୍ଲାରେ ଜବତ ହୋଇଛି ବାଘ ଚମଡା. ବିଶ୍ୱନାଥପୁର ଧଅଁରକଣ୍ଟାରେ...
କେମିକାଲ ବୋଝେଇ ଟ୍ରକ ଓଲଟି ଲାଗିଗଲା ନିଆଁ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକତାଳି ନିକଟରେ ଏକ କେମିକାଲ ବୋଝେଇ ଟ୍ରକରେ ଲାଗିଯାଇଛି ନିଆଁ. ବୁଧବାର ସକାଳ ସମୟରେ କେମିକାଲ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ 60 ନମ୍ବର ଜାତୀୟ ରାଜପଥ ନିକଟରେ ଓଲଟି ପଡିଥିଲା ଏବଂ ସେଥିର ନିଆଁ...
ବିଜେପି ପ୍ରାର୍ଥୀ ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ
ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ. ନୋଟିସ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ. ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ସମ୍ବିତଙ୍କୁ ଏହି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି. ତେବେ ଗତକାଲି...
ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇ ଜଳିଗଲା କାର୍
ବିଦ୍ୟୁତ ଖୁଣ୍ଟ ସହ ଧକା ହୋଇ ଜଳିଗଲା କାର୍ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ମୁଖ୍ୟ ରାସ୍ତାରେ ଘଟିଛି ଅଘଟଣ । ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇ ଗାଡିଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଆହତ ମାନଙ୍କୁ...
ଅଙ୍ଗଦଙ୍କୁ ଟକ୍କର ଦେବେ ନାରାୟଣ
ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଅଙ୍ଗଦ କହଁର ନାମାଙ୍କନ କରିଥିବା ବେଳେ ବିଜେପିରୁ ଦେବ ନାରାୟଣ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି।
ନାମାଙ୍କନ ଦାଖଲ କଲେ ଖାରବେଳ
ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ମନୋଜ ଆଚାର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି। ସୋମବାର ବିଜେଡିରୁ ଅଚୁ୍ୟତ ସାମନ୍ତ ନାମାଙ୍କନ ଦାଖଲ କରିଥିଲେ ।
୫ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ
ରାୟଗଡା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିଆରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ବିଭୀଷଣ ମାଝୀ ଓ ଅମ୍ବିକା ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବାବେଳେ ଅନ୍ୟ ୫ ଜଣ...
ନିର୍ବାଚନୀ ହିଂସା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା
ନିର୍ବାଚନ ହେବା ପୂର୍ବରୁ କେନ୍ଦୁଝର ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଘରୁ ଡାକିନେଇ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି. ମୃତକ ଜଣକ ରାମଚନ୍ଦ୍ର ବେହେରା ବୋଲି ଜଣାପଡିଛି. ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ରାଜନୈତିକ ହିଂସା ଅଛି ବୋଲି...
ସୁକମାରେ ଏନକାଉଣ୍ଟର: 4 ନକ୍ସଲ ସଫା
ନିର୍ବାଚନ ପୂର୍ବରୁ ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ପୁଣି ଗୁଳି ବର୍ଷା ହୋଇଛି. ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ 4 ନକ୍ସଲ ନିହତ ହୋଇଥିବା ପ୍ରକାଶ ପାଇଛି. ସୁକମା ବିଜପୁର ସୀମା ନିକଟରେ ଏହି ଗୁଳି...


















