ଅବସର ଥିଲା ଓଡିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିବସ । ଅକ୍ଷୟ ମହାନ୍ତିଙ୍କ ସ୍ମୃତିକୁ ମନେପକାଇ ସଂଭାବନା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଅକ୍ଷୟ ମହାନ୍ତି : ଅପଶୋରା ଗୀତି ।
ଶ୍ରୋତାଙ୍କୁ କିମିଆ କରିଦେବାପରି ଅକ୍ଷୟଙ୍କ ସୁମଧୁର କଣ୍ଠଶ୍ୱର ଆଜି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଛି । ଅକ୍ଷୟ ମହାନ୍ତି ଗାଇଥିବା ଶହଶହ ମନଛୁଆଁ ଗୀତ ମଧ୍ୟରୁ ତାଙ୍କର ଅନେକ ଗୀତ ଆଜି ମଧ୍ୟ ପ୍ରତିଟି ଓଡିଆ ପ୍ରାଣକୁ ସ୍ପନ୍ଦିତ କରୁଛି ।
ସଂଭାବନାର ଏହି ସଙ୍ଗୀତ ସଂଧ୍ୟାକୁ ପ୍ରଦୀପ ଲଗାଇ ଉଦଘାଟନ କରିଥିଲେ ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ । ଚାରି ଜଣ ଓଡିଆଣୀ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି,ଅନୁସୂୟା ସାହୁ ତନୁଶ୍ରୀ ମହାନ୍ତି ଓ ପାବର୍ତୀ ମହାନ୍ତି ଗାଇଥିବା ତଅପୋଈ ଚଳଚ୍ଚିତ୍ରର ସଂଗୀତ ଆ ବଉଳ ବୋହୁ ବୋହୁ କା ଖେଳ ଖେଳିବା ବେଶ ଆମୋଦିତ କରିଥିଲା ଶ୍ରୋତା ମଣ୍ଡଳୀଙ୍କୁ ।

LEAVE A REPLY

Please enter your comment!
Please enter your name here