ଗୁରୁବାର ଅଭିନେତା ଅନୁପମ ଖେର୍ ଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର ଲଞ୍ଚ୍ ହୋଇଛି. ମୁମ୍ବାଇରେ ଏହାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଟ୍ରେଲର ଲଞ୍ଚ୍ ସମୟରେ ଅନେକ ଷ୍ଟାର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି. ତେବେ ଫିଲ୍ମର ଟ୍ରେଲର ପୂର୍ବରୁ ଅନୁପମ ନିଜର କିଛି ଲୁକ୍ ର ଝଲକ ନିଜ ଫ୍ୟାନମାନଙ୍କ ସହ ଶେୟାର କରିଛନ୍ତି. ଏହି ସିନେମାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚରିତ୍ରରେ ନଜର ଆସିଛନ୍ତି. ଫିଲ୍ମର ନିର୍ଦ୍ଦେଶନା ବିଜୟ ରତ୍ନାକର ଗୁଟ୍ଟେ ଦେଇଥିବା ବେଳେ ଏହାର କ୍ରିଏଟିଭ୍ ପ୍ରଯୋଜକ ହଂସଲ ମେହେଟ୍ଟା ଅଛନ୍ତି. ସିନେମାଟି ସଂପୂର୍ଣ୍ଣ ରୂପେ ରାଜନୀତିକ ଆଧାରରେ ପରିବେଷିତ ହୋଇଛି. ଅନୁପମଙ୍କ ଛଡା ଏଥିରେ ଅକ୍ଷୟ ଖାନ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି. 2 ମିନିଟ୍ 43 ସେକେଣ୍ଡର ଟ୍ରେଲରେ ପ୍ରଥମେ ମନମୋହନ ସିଂଙ୍କ ରୂପରେ ଅନୁପମ ନଜର ଆସୁଛନ୍ତି. ଅନ୍ୟପଟେ ସଞ୍ଜୟ ବାରୁ ଭୂମିକାରେ ଥିବା ଅକ୍ଷୟ ଖାନ୍ନା ‘ମତେ ଡକ୍ଟର ସାହେବ ଭୀଷ୍ମ ପରି ଲାଗନ୍ତି ବୋଲି କହିଛନ୍ତି. ଯାହା ଭିତରେ କିଛି ଖରାପ ଗୁଣ ନାହିଁ, ମାତ୍ର ଫ୍ୟାମିଲି ଡ୍ରାମାର ଭିକ୍ଟିମ ହୋଇଯାଇଛି. ମହାଭାରତରେ ଦୁଇଟି ଫ୍ୟାମିଲି ଥିଲା. ମାତ୍ର ଇଣ୍ଡିଆରେ ଗୋଟିଏ ଫ୍ୟାମିଲି’. ଏହିଭଳି ଭାବେ ଫିଲ୍ମର କାହାଣୀ ଆଗକୁ ଗତିଶୀଳ ହେଉଛି.

LEAVE A REPLY

Please enter your comment!
Please enter your name here