ରିଲିଜ ହୋଇଛି ଫିଲ୍ମ ‘ଜଲେବି’ର ଟ୍ରେଲର । ଟ୍ରେଲରରେ ଡେବ୍ୟୁଟାଣ୍ଟ  ବରୁଣ ମିତ୍ରଙ୍କ ସହ ‘ମେରେ ଡାଡ କି ମାରୁତି’ ଫେମ୍ ରିଆ ଚକ୍ରବର୍ତ୍ତି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଫିଲ୍ମରେ ଢେରସାରା ରୋମାଣ୍ଟିକ ସିନ୍ ଦେଖିବାକୁ ପାଇବେ ଦର୍ଶକ । କହିବାକୁ ଗଲେ ୟଙ୍ଗ ଅଡିଅନ୍ସଙ୍କୁ ଏହି ଫିଲ୍ମଟି ନିଶ୍ଚୟ ପାଗଳ କରିବ । ନିକଟରେ ରିଲିଜ ହୋଇଥିବା ପୋଷ୍ଟରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଇଥିବା ଅପକମିଂ ଫିଲ୍ମ ‘ଜଲେବି’ ଅକ୍ଟୋବର ୧୨ରେ  ପରଦାକୁ ଆସିବ। ହେଲେ ତା ପୂର୍ବରୁ ଟ୍ରେଲରଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି କ୍ରୀୟୁ । ବର୍ତ୍ତମାନ ସମୟରେ ପୁରୁଣା କାହାଣୀର ଅନ୍ତ ହେଉଥିବାବେଳେ ପରଦାକୁ ଆସିବ ‘ଜଲେବି’ ଭଳି କିଛି ନୂଆ କାହାଣୀ ।

LEAVE A REPLY

Please enter your comment!
Please enter your name here