ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ବଲିଉଡର କୋକିଳକଣ୍ଠୀ ଲତା ମଂଗେସ୍କର | ଛାତିରେ ସଂକ୍ରମଣ କାରଣରୁ ଯନ୍ତ୍ରଣା ଅନୁଭବ କରିବାରୁ ଲତାଙ୍କୁ ସୋମବାର ମୁମ୍ବାଇ ସ୍ଥିତ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା | ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି | ଗତ ସେପ୍ଟେମ୍ବର ୨୮ ତାରିଖରେ ୯୦ ବର୍ଷରେ ଦେଇଥିଲେ ଲତା | ସେପଟେ ଲତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ଖବର ପ୍ରଚାର ହେବା ପରେ ତାଙ୍କ ବଲିଉଡ ଜବତ ସହ ତାଙ୍କ ପ୍ରଶଂସକଙ୍କ ମହଲରେ ଦୁଃଖର ଲହରୀ ଖେଳିଯାଇଥିଲା | ତେବେ ଏବେ ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି |
ଲତା କେବଳ ହିନ୍ଦୀ ଭାଷାରେ ଏକ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଥିବା ବେଳେ, ୩୬ଟି ଭାରତୀୟ ଭାଷାରେ ନିଜ କଣ୍ଠଦାନ କରିଛନ୍ତି | ୨୦୦୧ ମସିହାରେ ଭାରତ ରତ୍ନ ଉପାଧିରେ ସମ୍ମାନିତ ହୋଇଥିଲେ | ୧୯୪୮ରୁ ୧୯୭୪ ମଧ୍ୟରେ ଲତା ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି |

LEAVE A REPLY

Please enter your comment!
Please enter your name here