ଅଭିନେତା ଆୟୁଷମାନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ୍ ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ହେବା ପରେ ବିଚଳିତ ନହୋଇ ସାହାସର ସହ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଏବେ ଜିରୋ ଷ୍ଟେଜ୍ ରେ ରହିଛି ବୋଲି ବିଭିନ୍ନ ପରୀକ୍ଷା ପରେ ତାହିରାଙ୍କ ଡକ୍ଟର ସୂଚନା ଦେଇଛନ୍ତି । ସମୟ ଥାଉ ଥାଉ ଏହି ରୋଗ ପରୀକ୍ଷଣ ପରେ ଜଣାପଡିଯାଇଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ତାହିରା ।

ତାହିରା ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଏ ସଂପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି ମୋର ଡାହାଣ ପଟେ ଡିସିଆଇଏସ୍ ( ଡକ୍ଟଲ କାର୍କିନୋମା ଇନ୍ ସିଟୁ ) ହୋଇଛି । ଏବେ ମୁଁ ଆଞ୍ଜେଲିନା ଜୋଲିର ହାଫ୍ ଇଣ୍ଡିଆନ୍ ଭର୍ସନ । ହସ୍ପିଟାଲରେ ନିଜ ଫଟୋ ସେୟାର କରି ସେ ଲେଖିଛନ୍ତି , ମୁଁ ପ୍ରତ୍ୟେକ ବୟସର ମହିଳାଙ୍କୁ ଜାଗୃତ କରିବାକୁ ଚାହେଁ ।

ଅନ୍ୟପଟେ ପତ୍ନୀ ତାହିରାଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ଜରୀ ପରେ ଠିକ୍ ଥିବା କହିଛନ୍ତି ଆୟୁଷମାନ ଖୁରାନା ।

LEAVE A REPLY

Please enter your comment!
Please enter your name here