ଆଜ୍ଞା ହଁ, ଆପଣ ଠିକ୍ ପଢିଛନ୍ତି. ଗୋଟିଏ ବାହାଘର କାର୍ଡର ମୂଲ୍ୟ 3 ଲକ୍ଷ ଟଙ୍କା. ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ମୁକେଶ ଅମ୍ବାନୀ ଓ ମିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର କାର୍ଡ ଆସିବା ପରେ ଏବେ ତାହାର ମୂଲ୍ୟ ସାମ୍ନାକୁ ଆସିଛି. ତେବେ ଏହା ପୂର୍ବରୁ ବାହାଘର କାର୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା. ଯେଉଁଥିରେ, କାର୍ଡ ଥିବା ବକ୍ସକୁ ଖୋଲିବା ମାତ୍ରେ ଗାୟତ୍ରୀ ମନ୍ତ୍ର ବାଜୁଥିବା ଦେଖିବାକୁ ମିଳିଥିଲା.