ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟ ଗୁରୁବାର ୭୦ ତମ ଜନ୍ମ ଦିବସ ମନାଇବା ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ମହେଶଙ୍କ ନାଁ ସହ ବଲିଉଡ ନାୟିକା ରିୟା ଚକ୍ରବର୍ତ୍ତିଙ୍କ ନାଁ ଏକପ୍ରକାର ଯୋଡି ହୋଇଯାଇଛି । ବିଗବସ ୧୨ର କଣ୍ଟେଷ୍ଟାଣ୍ଟ ଅନୁପ ଜଲୋଟା-ଜସଲିନଙ୍କ ସହ ଏବେ ମହେଶ-ରିୟାଙ୍କୁ ତୁଳନା କରାଯାଇଛି । କାହିଁକା ନା ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ଅଭିନେତ୍ରୀ ରିୟା ମହେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ସୋସିଆଲ ମିଡିଆରେ ଏକ ଫଟୋ ସେଆର କରିଛନ୍ତି । ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏହି ଫଟୋରେ ଦୁଇଜଣ ବେଶ୍ ଅନ୍ତରଙ୍ଗ ଲାଗୁଛନ୍ତି । ରିୟା ଏହି ଫଟୋ ପୋଷ୍ଟ କରିବା ସହ କ୍ୟାପସନ ଲେଖିଛନ୍ତି, ମୋ ବୁଢାକୁ ଜନ୍ମ ଦିନର ଶୁଭେଚ୍ଛା । ସାର ଏହି ଫଟୋ ଆମର । ଆପଣ ମୋତେ ଭଲପାଇବା ଦେଇଛନ୍ତି, ମୁକ୍ତ ଭାବେ ଉଡିବା ଶିଖାଇଛନ୍ତି । ଆପଣ ଏମିତି ଏକ ଆଲୋକ ଯାହାଙ୍କ ସଂସ୍ପର୍ଶରେ ଯିଏବି ଆସିବ ସେ ବି ଆଲୋକିତ ହେବ । ଏହାପରେ ରିୟା ଟ୍ରୋଲର ଶିକାର ହୋଇଛନ୍ତି । ଅନୁପ ଜଲୋଟା-ଜସଲିନଙ୍କ ପରେ ହୁଏତ ଏବେ ଯୁବତୀମାନେଏପରି ବୟସ୍କ ବ୍ୟକ୍ତିଙ୍କ ପ୍ରେମରେ ପଡିବାର ଟ୍ରେଣ୍ଡ ଆରମ୍ଭ ହୋଇଛି ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here