ମେଟ୍ରୋ ଟ୍ରେନରେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ୍ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟରର ଶିଳାନ୍ୟାସ କରିବା ପାଇଁ ଗୁରୁବାର ଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦି. ତେବେ ଦିଲ୍ଲୀର ଧୌଲାକୁଆଁରୁ ଦ୍ୱାରକା ଯାଏଁ ମୋଦି ମେଟ୍ରୋରେ ଯାତ୍ରା କରିଥିଲେ. ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ମୋଦିଙ୍କୁ ସେହି ଟ୍ରେନରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସହ ମିଶିବାର ସୁଯୋଗକୁ ହାତଛଡା କରିନଥିଲେ. ଯାତ୍ରୀମାନେ ମୋଦିଙ୍କ ସହ ସେଲଫି ଉଠାଇବା ସହ ବାର୍ତ୍ତାଳାପ ମଧ୍ୟ କରିଥିଲେ. ଏହା ବଦଳରେ ମୋଦି ମଧ୍ୟ ଯାତ୍ରୀମାନଙ୍କ ସହ କିଛି ସମୟ ବିତେଇ ବେଶ୍ ଆନନ୍ଦ ଅନୁଭବ କରିଥିଲେ. ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଦୂରରେ ରହି ସେମାନଙ୍କ କାର୍ଯ୍ୟ ସଂପାଦନ କରିଥିଲେ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜୋଏଙ୍କ ସହ ସାମସଙ୍ଗର ନୂତନ ନିର୍ମାଣ କେନ୍ଦ୍ରର ଉଦଘାଟନ କରିବା ପାଇଁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ. ସେ ନୂଆଦିଲ୍ଲୀର ମଣ୍ଡିହାଉସ୍ ଷ୍ଟେସନରୁ ନୋଏଡାର ବଟାନିକାଲ୍ ଗାର୍ଡେନ୍ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ.

LEAVE A REPLY

Please enter your comment!
Please enter your name here