ଗୁରୁବାର ଲୋକସଭାରେ ତିନ୍ ତଲାକ୍ ବିଲ୍ ପାରିତ ହେବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିପକ୍ଷ ଦଳର ନେତା ହଙ୍ଗାମା ସୃଷ୍ଟି କରିଛନ୍ତି. କେନ୍ଦ୍ର ସରକାର ଏହି ବିଲ୍ ପାରିତ କରିବାକୁ ଚେଷ୍ଟା କରୁଛନ୍ତି. ବିଲ ଉପରେ ଆଲୋଚନା ହେବା ପୂର୍ବରୁ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଗଲାଣି. ତିନ୍ ତଲାକ ବିଲ୍ ରାଷ୍ଟ୍ରର ହିତ ପକ୍ଷେ ଅଛି ଏବଂ ଏହାସହ ରାଜନୀତିର କୌଣସି ସଂପର୍କ ନଥିବା କହିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ. ତେବେ ପୂର୍ବଥର ବିଲ୍ ପାସ ବେଳେ ଏହାକୁ ସମର୍ଥନ ନ କରିବା ପାଇଁ ଏଆଇଏମପିଏଲବି କହିଥିବା ପ୍ରକାଶ କରିଛନ୍ତି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ(ଏଆଇଏମପିଏଲବି)ର ମୁଖ୍ୟ ଜଫରୟାବ ଜିଲ୍ଲାନୀ. ଏହି ବିଲକୁ ସଂଶୋଧିତ କରିବା ପରିବର୍ତ୍ତେ ସିଲେକ୍ଟ କମିଟିକୁ ପଠାଇଦେବା ଉଚିତ ବୋଲି ଜଫରୟାବ କହିଛନ୍ତି. ଜଫରୟାବ କହିଛନ୍ତି, ଏହି ବିଲରେ ଏମିତି କିଛି ଦିଗ ନାହିଁ, ଯେଉଁଥିରେ ମୁସଲିମ ମହିଳାମାନଙ୍କୁ ଫାଇଦା ମିଳିବ. ତେଣୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ଉଚିତ ବୋଲି ସେ ଦାବି କରିଛନ୍ତି. ଏପରିକି ସେ ତେଲେଙ୍ଗାନା, ଓଡିଶା, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିସାରିଥିବା ବେଳେ ରାଜ୍ୟସଭାରେ ସେମାନେ ତାଙ୍କୁ ସମର୍ଥନ କରିବେ ବୋଲି ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here