ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପରଦା ଉପରେ ନିଜ ଅଭିନୟର ଯାଦୁ ଦେଖାଇବେ କାଜଲ । ଫିଲ୍ମ ହେଲିକେପ୍ଟର ଇଲା ରେ ମା ଚରିତ୍ରରେ ନଜର ଆସିବେ କାଜଲ । ଏଭଳି ଏକ ଭିନ୍ନ ସ୍ୱାଦର ଫିଲ୍ମ ପାଇଁ ବେଶ ଉତ୍ସାହିତ ଅଛନ୍ତି ଉଭୟ ଅଜୟ ଓ କାଜଲ । କାଜଲଙ୍କ ଜନ୍ମଦିନ ଅବସରରେ  ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ଅଜୟ ଦେବଗନ ଓ ଧବନ ଜୟନ୍ତୀଲାଲ୍ ଗଡ୍ଡା ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ନିର୍ଦ୍ଦେଶନା କାର୍ଯ୍ୟ ତୁଲାଇଛନ୍ତି ପ୍ରଦୀପ ସରକାର । ସେପ୍ଟେମ୍ବର 7 ରେ ମୁକ୍ତିଲାଭ କରିବ ଏହି ଫିଲ୍ମ ।

ଫିଲ୍ମଟି ଆନନ୍ଦ ଗାନ୍ଧୀଙ୍କର ପୁଅ କଗାଡୋ ଉପରେ ଆଧାରିତ । ଫିଲ୍ମରେ ସିଙ୍ଗଲ ମଦରର ଚରିତ୍ରରେ ଅଭିନୟ କରିଛନ୍ତି କାଜଲ ( ଇଲା) ।  ଏହାପୂର୍ବରୁ ଦିଲଓ୍ୱାଲେର ରିମେକ୍ ରେ ମଧ୍ୟ ନିଜ ଜଲଓ୍ୱା ଦେଖାଇସାରିଛନ୍ତି କାଜଲ । ତେଣୁ ତାଙ୍କ ଅପକମିଂ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here