ବଲିଉଡର ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇତି ମଧ୍ୟରେ ଭାବୁକ ହୋଇଯାଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଆଇଏମସି ଉଇ ଏକଜିବିଶନ ୨୦୧୮ରେ ଭାଗ ନେଇଥିଲେ ଐଶ୍ । ଏଠାରେ ଭାରତୀୟ ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ମାତ୍ରେ ଐଶ୍ୱର୍ଯ୍ୟା ଛିଡା ହୋଇ ଭାବୁକ ହୋଇପଡିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶବାନା ଆଜମୀ ଓ ସିଙ୍ଗର ସୋନୁ ନିଗମ ମଧ୍ୟ ଉପସ୍ଥିତ ଥିଲେ । ନିକଟରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଫନେ ଖାନ’ ରିଲିଜ ହୋଇଥିଲା । ବକ୍ସ ଅଫିସରେ ସେତେଟା ବିଜିନେଓ କରିପାରିନଥିଲା । ତେବେ ଖୁବଶୀଘ୍ର ଐଶ୍ ଅନୁରାଗ କଶ୍ୟପଙ୍କ ନିଦେ୍ର୍ଦଶିତ ‘ଗୁଲାବ ଜାମୁନ’ ରେ ନଜର ଆସିବେ । ବହୁଦିନ ବ୍ୟବଧାନ ପରେ ଏହି ଫିଲ୍ମରେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ଆସିବେ ଐଶ୍ ।

LEAVE A REPLY

Please enter your comment!
Please enter your name here