ଲାଇଭ ସୋ’ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ବଲିଉଡ ଲୋକପ୍ରିୟ ଗାୟକ ଶାନ୍. ସୂଚନା ମୁତାବକ, ଗୌହାଟୀରେ ଶାନ୍ ଏକ କନସର୍ଟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ. ସେଠି ପହଞ୍ଚିବା ପରେ ସେ ବଙ୍ଗଳା ଗୀତରୁ ନିଜ ପ୍ରୋଗ୍ରାମକୁ ଆରମ୍ଭ କରିଥିଲେ. ମାତ୍ର ତାଙ୍କ ଫ୍ୟାନମାନେ ତାଙ୍କ ମୁହଁରୁ ବଙ୍ଗଳା ଗୀତ ଶୁଣିବାକୁ ଚାହୁଁନଥିଲେ. ସେମାନେ କହିଥିଲେ ଯେ, ‘ଏଇଟା ହେଉଛି ଆସାମ, ବେଙ୍ଗଲ ନୁହେଁ’. ଶାନ୍ ବଙ୍ଗଳା ଗୀତ ଗାଉଥିବା ସମୟରେ ଜଣେ ଲୋକ ତାଙ୍କ ଉପରକୁ ପଥର ଓ କାଗଜ ଠୁଙ୍ଗା ପକାଇବା ଆରମ୍ଭ କରିଥିଲେ. ବର୍ତ୍ତମାନ, ଶାନଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି. ସେହି ଭିଡିଓରେ ତାଙ୍କ ଫ୍ୟାନମାନେ ଚେୟାର ସବୁ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି. ଏହି ଘଟଣା ଘଟିବା ମାତ୍ରେ, ଶାନ ସୋ’ ଛାଡି ଚାଲି ଆସିଥିଲେ. ପରେ ଆୟୋଜକ ଶାନଙ୍କୁ କ୍ଷମା ମାଗିଥିଲେ. ଏହି ଘଟଣାରେ ରାଜନିତୀ ନ ପୂରାଇବା ପାଇଁ ମଧ୍ୟ ଶାନ୍ କହିଛନ୍ତି.