ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍ ଅଭିନୀତ ଫିଲ୍ମ ‘ସିମ୍ବା’ର ଟ୍ରେଲର ରିଲିଜ ହୋଇଛି. ଯେଉଁଥିରେ ରଣବୀର ଓ ସାରାଙ୍କୁ ଲିଡ୍ ରେ ଦେଖିବାକୁ ମିଳିଛି. ତେବେ ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିବ ବୋଲି କହିଛି ପ୍ରଡକ୍ସନ ହାଉସ୍. ‘ସିମ୍ବା’ ହେଉଛି ତେଲୁଗୁ ଫିଲ୍ମ ‘ଟେମ୍ପର୍’ ର ରିମେକ୍. ଯେଉଁଥିରେ ଜୁନିୟର୍ ଏଣ୍ଟିଆର୍ ଲିଡ୍ ରୋଲରେ ନଜର ଆସିଥିଲେ. ରୋହିତ ସେଠୀ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ଖ୍ରୀଷ୍ଟମାସ୍ ପରେ ଅର୍ଥାତ୍ ଡିସେମ୍ବର 28ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ. ଏହି ଫିଲ୍ମରେ ରଣବୀର ଜଣେ ନଟଖଟ୍ ଓ କରପ୍ଟେଡ୍ ପୋଲିସ ଅଫିସର ଚରିତ୍ରରେ ନଜର ଆସିଛନ୍ତି. ଏମିତିରେ ବି ରଣବୀରଙ୍କୁ ଦର୍ଶକେ ଏଭଳି ଚରିତ୍ରରେ ବେଶ୍ ପସନ୍ଦ କରିଛନ୍ତି. ରୋମାଣ୍ଟିକ୍ ଚରିତ୍ରରେ ରଣବୀର ଯେତିକି ଫିଟ୍ ନୁହନ୍ତି ଏହିସବୁ ଚରିତ୍ରରେ ସେ ପୂରା ଫିଟ୍. ତେବେ ବକ୍ସ ଅଫିସରେ ଏହି ଫିଲ୍ମ କିପରି ଦର୍ଶକଙ୍କ ମନଜିତୁଛି ତାହା ଦେଖିବାକୁ ବାକି ରହିଲା.

LEAVE A REPLY

Please enter your comment!
Please enter your name here