ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ହେଲେ ସ୍କିଲ୍‌ ଇଣ୍ଡିଆ କ୍ୟାମ୍ପେନର ବ୍ରାଣ୍ଡ୍‌ ଆମ୍ବାସାଡର. ତେବେ ଏହି ଦୁଇ ଯୋଡୀଙ୍କୁ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ସୁଇ-ଧାଗା’ଫିଲ୍ମରେ ମୁଖ୍ୟ କଳାକାର ଭାବେ ଦେଖିବାକୁ ମିଳିଛି. ଏହି ଫିଲ୍ମ ମାଧ୍ୟମରେ ବରୁଣ ଓ ଅନୁଷ୍କା ଭାରତର ଥିବା ଦକ୍ଷତାପୂର୍ଣ୍ଣ ମାନବ ସମ୍ବଳକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି. ବିଶେଷକରି ଏହି ଫିଲ୍ମ ମାଧ୍ୟମରେ ଭାରତରେ ଭରପୂର ଥିବା ଉତ୍କୃଷ୍ଟ କଳା କାରିଗରିକୁ ସମଗ୍ର ବିଶ୍ୱରେ ପହଞ୍ଚାଇଥିବା କାରିଗର, ଶିଳ୍ପୀ ଓ ବୁଣାକାରମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି. ସେଥିପାଇଁ ସେମାନେ  ସ୍କିଲ୍‌ ଇଣ୍ଡିଆ ମିଶନ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ସହ ଭାରତର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିକୁ ନେଇ ସେମାନଙ୍କୁ ପ୍ରୋତ୍ସାହିତ କରିବେ. ତେବେ ‘ସୁଇ-ଧାଗା’ଫିଲ୍ମରେ ରେ ଧାବନ ଜଣେ ଦର୍ଜୀ ଭୂମିକାରେ ଅଭିନୟ କରିଛନ୍ତି. ସେହିପରି ଅନୁଷ୍କା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ବେଳେ ଏଥିରେ ସେ ଜଣେ ଏମ୍ବ୍ରୋଡୋରୀ କାରିଗର ଭାବେ ନଜର ଆସୁଛନ୍ତି. ଜଣେ ତାର କଠିନ ପରିଶ୍ରମ ବଳରେ କିପରି ଦିନେ ବଡ ହୁଏ, ତାହା ଏହି ଫିଲ୍ମମରେ ନଜର ଆସିଛି.

 

 

LEAVE A REPLY

Please enter your comment!
Please enter your name here