ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍ ବିମାନ ଆସନ୍ତା 25 ସେପ୍ଟମ୍ବରରୁ ଯାତ୍ରୀଙ୍କୁ ଦେଉଥିବା କିଛି ସୁବିଧାକୁ ବନ୍ଦ କରିବାକୁ ଯାଉଛି. ଏହି ଯୋଜନାରେ ଇକୋନାମୀ ଲାଇଟ୍ ଓ ଇକୋନୋମୀ ଡିଲ୍ ବର୍ଗର ଯାତ୍ରୀମାନେ ଡୋମେସ୍ଟିକ ସେକ୍ଟରକୁ  ଆସିପାରିବେ. ଏ ନେଇ ବୁଧବାର ଦିନ ଏୟାରଲାଇନ ତରଫରୁ ଘୋଷଣା କରାଯାଇଛି. ଏହା ଛଡା ଯାତ୍ରୀମାନଙ୍କୁ ମାଗଣାରେ ଚା ଓ କଫି ସହିତ ଅନ୍ୟ ପାନୀୟ ଦ୍ରବ୍ୟ ମଧ୍ୟ ଦିଆଯିବ. ଏୟାର ଲାଇନ ଆହୁରି ମଧ୍ୟ କହିଛି, ଏହି ଦୁଇ ବର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟିକେଟ ଖର୍ଚ୍ଚ କମ୍ ପଡିବ କାରଣ ଏହି ଟିକେଟରେ ଖାଦ୍ୟର ଖର୍ଚ୍ଚକୁ ସାମିଲ୍ କରାଯିବ ନାହିଁ. 25 ସେପ୍ଟେମ୍ବରରୁ ଡୋମେସ୍ଟିକ ସେକ୍ଟରର ଇକୋନେମୀରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଓ ଇକୋନାମୀ ଡିଲ୍ ବର୍ଗରେ ଯାତ୍ରା କରିବାକୁ ଥିବା ଯାତ୍ରୀ 28 ସେପ୍ଚେମ୍ବରରୁ ଟିକେଟ ପାଇଁ କମ୍ ଖର୍ଚ୍ଚ କରିବେ. ହେଲେ ବିମାନରେ ସେମାନେ ଖାଦ୍ୟ କିଣିପାରିବେ ଏବଂ ଇକୋନୋମୀରେ ସମସ୍ତଙ୍କୁ ଏୟାରଲାଇନ ତରଫରୁ ଚା ଓ କଫି ଦିଆଯିବ.

LEAVE A REPLY

Please enter your comment!
Please enter your name here