40 ବର୍ଷ ପରେ ପୁଣି ପାଠ ପଢା ଆରମ୍ଭ କରି  ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ. ରାଜସ୍ଥାନର ବିଜେପି ବିଧାୟକ ଫୁଲ୍ ସିଂହ ମିନା ନିଜ ପାଠ ପଢା ଶେଷ କରିବା ପାଇଁ ସ୍କୁଲକୁ ଯାଇଛନ୍ତି. ଏଥିପାଇଁ ସେ ତାଙ୍କ ଝିଅମାନଙ୍କଠାରୁ ପ୍ରେରଣା ପାଇଥିବା କହିଛନ୍ତି. ଉଦୟପୁରର ଗ୍ରାମାଞ୍ଚଳ ବିଧାୟକ ଫୁଲ୍ ସିଂହ ମିନାଙ୍କ ବୟସ 55. ତାଙ୍କ ବାପା ଭାରତୀୟ ସେନାରେ ଥିଲେ. ଫୁଲ୍ ସିଂହ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ତାଙ୍କ ବାପା ସହିଦ୍ ହୋଇଯାଇଥିଲେ. ତେଣୁ ବାଧ୍ୟ ହୋଇ ପାଠରେ ଡୋରି ବାନ୍ଧି କ୍ଷେତରେ କାମ କରି ପରିବାର ପୋଷିଲେ . ବଡ଼ ହୋଇ ରାଜନୀତିରେ ଯୋଗ ଦେଲେ ମାତ୍ର ପାଠ ପଢା ପାଇଁ ସମୟ ପାଇଲେ ନାହିଁ .

ଶିକ୍ଷାକୁ ମହତ୍ତ୍ୱ ଦେଇ ଭାଷଣ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନିଜେ ଶିକ୍ଷିତ ହେବା ସେତିକି ଜରୁରୀ ବୋଲି ସେ ଅନୁଭବ କରିଥିଲେ. ଯାହା ପାଇଁ ସେ ପାଠ ପଢା ଆରମ୍ଭ କଲେ.

ନିଜର ବୟସକୁ ଦେଖି ପାଠ ପାଇଁ ପଛଘୁଞ୍ଚା ଦେଉଥିବା ବିଧାୟକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲେ ତାଙ୍କ ପାଞ୍ଚ ଝିଅ. ରାଜନୀତିରେ ବଡ଼ ବଡ଼ ନେତାଙ୍କ ସହ ବସିବା ଉଠିବା ସହ ଶିକ୍ଷାଗତ ଯୋଗ୍ୟତାରେ ସେମାନଙ୍କ ସମକକ୍ଷ ହେବା ବି ଜରୁରୀ ବୋଲି ବୁଝାଇଥିଲେ ତାଙ୍କ ଝିଅମାନେ. ଏହାପରେ ସେ ପଢିଚାଲିଲେ ଗୋଟିକ ପରେ ଗୋଟିଏ ଶ୍ରେଣୀ. ଏବର୍ଷ ଫୁଲ୍ ସିଂହ ମିନା ଯୁକ୍ତ ତିନି ପ୍ରଥମ ବର୍ଷ ପରୀକ୍ଷା ଦେଉଛନ୍ତି. ପିତାଙ୍କ ଏଭଳି ପ୍ରୟାସରେ ତାଙ୍କ ଝିଅମାନେ ଗର୍ବିତ ବୋଲି କହିଛନ୍ତି..

LEAVE A REPLY

Please enter your comment!
Please enter your name here