ସଂପୂର୍ଣ୍ଣ ବଲିଉଡ ସହ ଅଗଣିତ ଫ୍ୟାନମାନେ ଦେଶୀ ଗାର୍ଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି. ପ୍ରିୟଙ୍କା ଏହି ଖାସ୍ ଦିନଟିକୁ ଲଣ୍ଡନରେ ନିକ୍ ଜୋନାସ୍ ଙ୍କ ସହ ସେଲିବ୍ରେଟ କରିଛନ୍ତି. 18 ଜୁଲାଇରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ନିଜର କ୍ୟାରିୟର ବି ଆରମ୍ଭ କରିଥିଲେ ମାତ୍ର 18 ବର୍ଷ ବୟସରୁ. 2000 ବିଶ୍ୱସୁନ୍ଦରୀ ମୁକୁଟ ହାତେଇବା ପରେ ପ୍ରିୟଙ୍କା ଚୋପ୍ରା ସିଧାସଳଖ ପାଦ ଥାପିଥିଲେ ତାମିଲ ଫିଲ୍ମରେ. ପରେ ବିଗ୍ ବ୍ରେକ୍ ପାଇଥିଲେ ବଲିଉଡରେ. ଏହି ସଫଳ ଅଭିନେତ୍ରୀଙ୍କ ସଫର୍ ଏହିଠାରେ ସୀମିତ ହୋଇ ରହିନଥିଲା. ବଲିଉଡ ପରେ ହଲିଉଡରେ ମଧ୍ୟ ନିଜ ଆକ୍ଟିଙ୍ଗ୍ ର ଯାଦୁ ଦେଖାଇଲେ ପ୍ରିୟଙ୍କା. ନିଜ ସଫଳତାର ସବୁ ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି. ଆକ୍ଟିଙ୍ଗ୍ ସହ ଗୀତ ଗାଇବାରେ ସୌକ ରଖନ୍ତି ପ୍ରିୟଙ୍କା. ଚଳିତ ବର୍ଷ ପ୍ରିୟଙ୍କା ନିକ୍ ଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି.

LEAVE A REPLY

Please enter your comment!
Please enter your name here