ଆକ୍ଟିଙ୍ଗ୍ କ୍ୟାରିୟରର ସ୍ୱାଦ ଚାଖିବା ପରେ ଏବେ ପୁଣି ନିର୍ଦ୍ଦେଶନା ଆଡେ ମୁହାଁଇଛନ୍ତି କୁନାଲ୍ କୋହଲି. ଏଥର ‘ରାମାୟଣ’ ହେଉଛି ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ. ହମତୁମ ଓ ଫନ୍ନା ଭଳି ସୁପରହିଟ୍ ଫିଲ୍ମ କରିଥିବା କୁନାଲ୍ ଏଥର ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରାମାୟଣକୁ ଏକ ନୂଆ ଢଙ୍ଗରେ ପ୍ରସ୍ତୁତ କରିବାକୁ ଯୋଜନା ରଖିଛନ୍ତି. ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେ. ଫିଲ୍ମକୁ ନେଇ ରାଜନୀତି କରିବାକୁ ଚାହୁଁନାହାନ୍ତି ସେ. ରାମାୟଣର ଚରିତ୍ର ଓ ବର୍ତ୍ତାର ଆବଶ୍ୟକତା ଆଜିର ଯୁଗ ପାଇଁ ବହୁତ ଜରୁରୀ ବୋଲି କହିଛନ୍ତି କୁନାଲ୍. ରାମାୟଣର କିଛି ମୂଲ୍ୟବାନ ଅଂଶ ଫିଲ୍ମରେ ସ୍ଥାନୀତ ହେବ କାରଣ ସବୁ ଘଟଣାକୁ ଫିଲ୍ମରେ ସ୍ଥାନ ଦେବା ସମ୍ଭବ ହୋଇପାରିବ ନାହିଁ.

ଅନ୍ୟପଟେ, ଦୀର୍ଘଦିନ ପୂର୍ବରୁ ମହାଭାରତ ପ୍ରସ୍ତୁତ କରିବାର ଯୋଜନା ରଖି ଚର୍ଚ୍ଚାରେ ରହିଛନ୍ତି ଆମିର ଖାନ୍. 1 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆମିରଙ୍କ ମହାଭାରତ ପାଞ୍ଚଟି ଭାଗରେ ରିଲିଜ୍ ହେବ.

LEAVE A REPLY

Please enter your comment!
Please enter your name here