ଶନିବାର ଦିନ ଭଦ୍ରକର ବାସୁଦେବପୁର ନିକଟସ୍ଥ କିଆପଦାଠାରେ ବସ୍ ଓଲଟି 15 ଜଣ ଯାତ୍ରୀ ଆହତ ହୋଇଛନ୍ତି. ଆହତମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି. ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି.

ବସ୍ ରେ ପାଖାପାଖି 60 ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରେ କଲେଜ ପିଲା ଅଧିକ ଥିବା ସୂଚନା ମିଳିଛି. ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳ 10.30 ସମୟରେ ଦୁର୍ଘଟଣା ଘଟିଥିଲା. ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି. ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି.

କିଛି ଦିନ ପୂର୍ବେ ଅର୍ଥାତ୍ ଗତ 19 ତାରିଖ ଦିନ ଭଦ୍ରକରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା. ରହଞ୍ଜା ନିକଟରେ ପାଞ୍ଚ ଜଣ ସ୍କୁଲଲ ପିଲାଙ୍କ ଉପରେ ଚଢିଯାଇଥିଲା ଟ୍ରକ. ଘଟଣାଟି ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା.

LEAVE A REPLY

Please enter your comment!
Please enter your name here