ଫୁଲ କୋବି. ସବୁଜ ପନିପରିବା ଭିତରେ ଅନ୍ୟତମ ହେଉଛି ଏହି କୋବି. ଶୀତ ଦିନରେ ସମସ୍ତଙ୍କର ଅତି ପ୍ରିୟ ପରିବା କୁହାଯାଉଥିବା ଏହି କୋବିରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ.  ଫୁଲ କୋବିରେ ଭିଟାମିନ୍ ସି, ଭିଟାମିନ୍ କେ, ଭିଟାମିନ୍ ବି-6, ପୋଟାସିୟମ, ଜିଙ୍କ୍, କ୍ୟାଲସିୟମ ତଥା ଆଇରନ୍ ଭରପୂର ମାତ୍ରାରେ ରହିଥାଏ. ନିୟମିତଭାବେ ଫୁଲକୋବି ଖାଇବା ଦ୍ୱାରା ହାର୍ଟ ଆଟାକ ଭଳି ରୋଗ ଦୂର ହୋଇଥାଏ. ଏହି କୋବିରେ ଥିବା ସଲଫୋରାଫେନ ନାମକ ଭିଟାମିନ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ. ଫୁଲ କୋବିରେ ଭିଟାମିନ୍ ସି ରହିଥାଏ. ଯାହା ହାଡ ଶକ୍ତ ରଖିବାରେ ସାହାଯ୍ୟ କରେ.

LEAVE A REPLY

Please enter your comment!
Please enter your name here