ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶୁକ୍ରବାର ଶ୍ରୀମନ୍ଦିରରେ ପହଁଞ୍ଚି ଶ୍ରୀ ଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ଝିଅ ଜନ୍ମ ଦିନ ଅବସରରେ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି । ମଙ୍ଗଳ ଆଳତି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ଗଣମାଧ୍ୟମରେ କୁମ୍ବଲେ କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ନିକଟରେ କୁମ୍ବଲେଙ୍କୁ ସ୍ୱାଗତ କରାଯାଇଥିଲା ।
ଗୁରୁବାର ଅନୀଲ କୁମ୍ବଲେ ଓଡିଶାରେ ପହଞ୍ଚି କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚ ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବସି ସେ ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲାକୁ ଉପଭୋଗ କରୁଥିଲେ । ଶେଷରେ ପତ୍ନୀଙ୍କ ସହ ଷ୍ଟାଡିୟମରେ ସେଲ୍ଫି ନେଇଥିଲେ କୁମ୍ବଲେ । 

LEAVE A REPLY

Please enter your comment!
Please enter your name here