ନିଜ ଧର୍ମ ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ଭକ୍ତମାନେ ଅନେକ ମାନସିକ କରିଥାନ୍ତି। କିନ୍ତୁ ରାଞ୍ଚିରେ ଭକ୍ତଙ୍କ ମାନସିକ ଦେଖିଲେ ଲୋମ ଟାଙ୍କୁରି ଉଠିବ। ରାଞ୍ଚିର ଜନଜାତି ସଂପ୍ରଦାୟର ଲୋକମାନେ ମାଙ୍କ ପାଖରେ ମାନସିକ ପାଇଁ ନିଜ ଶରୀରକୁ କଷ୍ଟ ଦେବା ସହ ସାପ ଏବଂ ନିଆଁ ସହ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ମନସା ଦେବୀଙ୍କୁ ଶ୍ରଦ୍ଧାଞ୍ଚଳୀ ଦେବା ପାଇଁ ଭକ୍ତମାନେ ମନ୍ଦିରରେ ପହଁଞ୍ଚିବା ପରେ ପାଟିରେ ସାପ ପୁରାଇ ତା ବିଷ ପିଇଥାନ୍ତି। ତେବେ ଭକ୍ତଙ୍କ କହିବା କଥା ହେଲା, ଏ ହେଉଛି ଆମର ପରମ୍ପରା । ସାପଙ୍କୁ ପୂଜା କରିବା ଫଳରେ ସେମାନେ ଭକ୍ତଙ୍କର କିଛି କ୍ଷତି କରନ୍ତି ନାହିଁ।

LEAVE A REPLY

Please enter your comment!
Please enter your name here