ଇସଲାମାବାଦ : ସୋସିଆଲ ମିଡିଆ ଓ ସର୍ଚ୍ଚ ଇଞ୍ଜିନ କଂପାନୀଗିୁଡିକ ଉପରେ କିଛି କାରଣ ପାଇଁ ଅନେକ ଦେଶ କଟକଣା ଲାଗୁ କରିଥାନ୍ତି । ଏବେ ପାକିସ୍ତାନ ଫେସବୁକ, ଗୁଗୁଲ, ଟ୍ୱିଟର ଭଳି କମ୍ପାନୀ ଗୁଡିକ ଉପରେ କଟକଣା ଲାଗୁ କରିବାକୁ ଯାଇ ଡିଜିଟାଲ ସେନସରଶିପ ଆଇନ ଆଣିଛିା ଯାହାକୁ ନେଇ ଏହି କମ୍ପାନୀ ଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିନ୍ତୁ ଏହା ଏବେ ପାକିସ୍ଥାନକୁ ଭାରି ପଡିବାକୁ ଯାଉଛି । ଏହି ଟେକ୍ କମ୍ପାନୀ ଗୁଡିକ ଡିଜିଟାଲ ସେନସରଶିପ ଆଇନ ବିରୋଧରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଏହି କମ୍ପାନୀଗୁଡିକୁ ନେଇ ଗଠିତ ଏସିଆ ଇଣ୍ଟରନେଟ କୋଆଲିଶନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁୁ ଏକ ଚେତାବନୀପୂର୍ଣ୍ଣ ଚିଠି ଲେଖି ଜଣାଇଛନ୍ତି ଯେ, ଯଦି ପାକିସ୍ତାନ ନିଜ ଡିଜିଟାଲ ସେନସରଶିପ ଆଇନରେ ପରିବର୍ତ୍ତନ ନ କରେ ତେବେ ସେମାନେ ପାକିସ୍ତାନରେ ନିଜର ସେବା ଗୁଡିକୁ ବାଧ୍ୟ ହୋଇ ବନ୍ଦ କରିଦେବେ । ସୋସିଆଲ ମିଡିଆ କମ୍ପାନୀମାନେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଡିଜିଟାଲ ସେନସରଶିପ ଆଇନ କରିବା ବେଳେ କୌଣସି ବିଶେଷଜ୍ଞଙ୍କ ମତାମତ ନେଇ ନାହିଁ ।
ପାକିସ୍ତାନ ଡିଜିଟାଲ ସେନସରଶିପ ଆଇନରେ କଣ ରହିଛି
ପାକିସ୍ତାନହ ଡିଜିଟାଲ ସେନସରଶିପ ଆଇନରେ ଆପତ୍ତିଜନକ ବିଷୟବସ୍ତୁକୁ ନେଇ କୌଣସି ମାପଦଣ୍ଡ ସ୍ଥିର ହୋଇନାହିଁ । ଫଳରେ ଯେ କୌଣସି ବ୍ୟକ୍ତି ଆପତ୍ତିଜନକ ବିଷୟବସ୍ତୁକୁ ବିଚାରକୁ ନେଇ ପାରିବେ । ପରେ ଏହାକୁ ହଟାଇବାକୁ ସୋସିଆଲ ମିଡିଆ କମ୍ପାନୀ ଗୁଡିକୁ ନିବେଦନର ୨୪ ଘଣ୍ଟା ମଧ୍ୟରେ ହଟାଯିବ । ସର୍ବାଧିକ ସମୟ ସୀମା ୬ ଘଣ୍ଟା ରହିବ । ଏହି ଆଇନରେ ସବକ୍ରାଇବର ଟ୍ରାଫିକ, ବିଷୟବସ୍ତୁ ଏବଂ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଗୁଇନ୍ଦା ସଂସ୍ଥା ସହ ସେୟାର କରିବାର ବ୍ୟବସ୍ଥା ରହିଛି । ଏହି ସୋସିଆଲ ମିଡିଆ କମ୍ପାନୀ ଗୁଡିକୁ ପାକିସ୍ତାନରେ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବାକୁ ପଡିବ । ବିଦେଶରେ ରହୁଥିବା ପାକିସ୍ତାନୀ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖିବାକୁ ପଡିବ । ଆଇନର ଉଲ୍ଲଂଘନ କରାଗଲେ ୫୦କୋଟି ଟଙ୍କା ଜରିମାନା ଦେବାକୁ ହେବ । ଏହି ସବୁ କଠୋର କଟକଣା ଗୁଡିକ ସୋସିଆଲ ମିଡିଆ କମ୍ପାନୀମାନେ ବିରୋଧ କରିଛନ୍ତି । ଏହି ଆଇନ ୭କୋଟି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗୋପନୀୟତାର ଉଲ୍ଲଂଘନ କରୁଛି । ସେଥିପାଇଁ ଏହି ଆଇନକୁ ପରିବତ୍ତନ କରିବାକୁ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ଟେକ କମ୍ପାନୀ ।

LEAVE A REPLY

Please enter your comment!
Please enter your name here