୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ରାଜ୍ୟ ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨,୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ୨ଟି ନୂଆ ଯୋଜନା- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିଜସ୍ୱ ଖାଦ୍ୟ ଯୋଜନା ପାଇଁ ଅର୍ଥ ବରାଦ ହୋଇଥିବା ଜଣାପଡିଛି । ସେହିପରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧.୩୨ ଲକ୍ଷ ଟଙ୍କାକୁ ଅତିକ୍ରମ କରିଛି । ୪ ତାରିଖରେ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯିବ ।