ତାକୁ ଯେତେବେଳେ 19 ବର୍ଷ ବୟସ ହୋଇଥିଲା, ସେତେବେଳେ ତାକୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାକୁ ଘର ଭିତରେ ବନ୍ଦୀ ରଖି ଦେହର ଭୋକ ମେଣ୍ଟାଉଥିଲା । ସବୁବେଳେ ଘରେ ବନ୍ଦୀ ରଖି ଘର କାମ କରାଉଥିଲା । କାମରେ ଟିକିଏ ଭୁଲ ହୋଇଗଲେ ନିର୍ଯାତନା ଦେଉଥିଲା । ଆଉ ଯେତେବେଳେ ଚାହୁଁଥିଲା, ସେତେବେଳେ ସେକ୍ସ କରୁଥିଲା । ହେଲେ ବର୍ଷ ବର୍ଷ ଧରି ଯୌନ ନିର୍ଯାତନାର ଶୀକାର ହୋଇଆସୁଥିବା ଯୁବତୀ ଜଣକ ଅପହରଣକାରୀ କବଳରୁ ମୁକୁଳି ପାରୁ ନଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘବର୍ଷ ଧରି ଯୁବତୀ ଜଣକ ଅପହୃତ ହୋଇ ରହିଥିଲେ ହେଁ କେହି ଟେର୍ ପାଉ ନଥିଲେ । ମାତ୍ର ଅପହରଣକାରୀ ଜଣକ ମାନସିକ ରୋଗୀ ହୋଇଥିବାରୁ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କ ମାଆ ହିଁ ଏହି ଯୌନ କ୍ରୀତଦାସୀ ଥିବା ଯୁବତୀଙ୍କୁ ଘରୁ ଫେରାର ହୋଇଯିବାକୁ ସାହାଯ୍ୟ କରିଥିଲେ । ଦୀର୍ଘ 14 ବର୍ଷକାଳ ଯୌନ କ୍ରୀତଦାସୀ ଥିବା ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଅପହରଣକାରୀ ବ୍ୟକ୍ତିକୁ ଗିରଫ କରିଛି ।
ଅପରାଧ ଘଟିଛି ଋଷିଆରେ । ଅପହରଣକାରୀ ଯୁବକ ଜଣକ ହେଉଛନ୍ତି ଭ୍ଲାଡିମିର ଚେସ୍କିଡୋଭ୍ । ନ୍ୟୁୟୋର୍କ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ 2009ରେ ଚେସ୍କିଡୋଭ୍ 19 ବର୍ଷୀୟା ଏକଟୋରିନାଙ୍କୁ ମଦ ପିଇବାକୁ ଘରକୁ ଡାକିଥିଲେ । ତା ପରଠୁ ତାଙ୍କୁ ସେ ଘରେ ବନ୍ଦୀ କରି ରଖିଥିଲେ । ଅପହରଣକାରୀ କବଳରୁ ଖସିବାକୁ ସେ ବାରମ୍ବାର ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ଏହି 14 ବର୍ଷ ଭିତରେ ଅପହରଣକାରୀ ଚେସ୍କିଡୋଭ୍ ତାଙ୍କୁ ହଜାରେରୁ ଅଧିକ ଥର ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଏକଟାରିନାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଘରୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ସେକ୍ସ ଟୟ, ସିଡି ଜବତ କରିଛି । ଏହାପୂର୍ବରୁ ମଧ୍ୟ ଆଉ ଜଣେ ଯୁବତୀଙ୍କୁ ସେ ଅପହରଣ କରି ରଖିଥିଲେ ହେଁ 2011 ରେ ତାକୁ ସେ ଛୁରୀ ଭୂଷି ହତ୍ୟା କରିଥିବା ଏକଟାରିନା ପୋଲିସକୁ କହିଛି ।

LEAVE A REPLY

Please enter your comment!
Please enter your name here