ନୂଆଦିଲ୍ଲୀ : ଆସନ୍ତା ଫେବୃୟାରୀ ୧୬ ତାରିଖ ରବିବାର ଦିନ ଆପ୍ ଦଳର ମୂଖ୍ୟ ଅରବିନ୍ଦ କେଜ୍ରିୱାଲ ତୃତୀୟଥର ଲାଗି ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଦିଲ୍ଲୀର ରାମଲୀଳା ମୈଦାନରେ ଶପଥ ଗ୍ରହଣ କାଯ୍ୟକ୍ରମ ହେବ । ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ଉପରାଜ୍ୟପାଳଙ୍କୁ ଭେଟିବା ପରେ ଶପଥ ଗ୍ରହଣ ତାରିଖ ଘୋଷଣା ହୋଇଛି । ସୂଚନାମୁତାବିକ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନରୁ ୬୨ ଆସନରେ ଆମ୍ ଆଦମୀ ପାର୍ଟୀ ଆପ୍ ବିପୁଳ ବିଜୟ ହାସଲ କରିଛି । ବିଜେପିକୁ ୮ଟି ଆସନ ମିଳିଛି ଏବଂ କଂଗ୍ରେସ କୌଣସି ସିଟ୍ ପାଇନାହିଁ ।

LEAVE A REPLY

Please enter your comment!
Please enter your name here