ବେଙ୍ଗାଲୁର : ପାକିସ୍ଥାନ ସମର୍ଥନରେ ନାରା ଦେଇ ଜଣେ ଯୁବତୀ ଜେଲ୍ ଯାଇଛନ୍ତି । ବେଙ୍ଗାଲୁରୁରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଓୱେସିଙ୍କ ରାଲିରେ ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଯୁବତୀଙ୍କ ନାମ ହେଉଛି ଅମୂଲ୍ୟା ଲେଓନା । ତାଙ୍କ ନାମରେ ଆଇନର ଧାରା ୧୨୪-ଏ ଆଧାରରେ ଏକ ମାମଲା ରୁଜୁ ହୋଇଛି । ସୂଚନାଅନୁଯାୟୀ, ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି ଗୁରୁବାର ବେଙ୍ଗାଲୁରୁରେ କରୁଥିବା ସିଏଏ ବିରୋଧୀ ରାଲିରେ ଅମୂଲ୍ୟା ଲେଓନା ନାମକ ଯୁବତୀ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇଥିଲେ । ଏହି ଭିଡିଓଟି ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓଟିରେ ଦେଖାଦେଇଛି ଅସାଦୁଦ୍ଦିନ ମଞ୍ଚରୁ ଉଦ୍‌ବୋଧନ ଦେଇ ଫେରିବା ସମୟରେ ଯୁବତୀ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇଥିଲେ । ଏହାକୁ ଶୁଣି ଓୱେସି ଅଟକି ଯିବା ସହିତ ଯୁବତୀଙ୍କ ହାତରୁ ମାଇକ ଛଡାଇବା ପାଇଁ ପ୍ରୟାସ କରିଥିଲେ । ସଂପୃକ୍ତା ଯୁବତୀ ଅମୂଲ୍ୟା ଲେଓନାଙ୍କ ଘର କର୍ଣ୍ଣାଟକର ଚିକ୍‌ମାଗାଲୁର ଅଞ୍ଚଳର । ତାଙ୍କର ଏହି କାର୍ଯ୍ୟକୁ ତାଙ୍କ ବାପା ନା ପସନ୍ଦ କରିବା ସହ ତାଙ୍କ ଝିଅ ଯାହା କହିଛି ତାହା ସଂପୂର୍ଣ୍ଣ ଭୂଲ ବୋଲି କହିଛନ୍ତି । ଏଥିରେ ଓୱେସି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମୁଁ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି । ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ । ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲେ ଯେ ଏଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ । ଏହାପରେ ଓୱେସିଙ୍କ ସମର୍ଥକ ଓ ପୁଲିସ ଆସି ତାଙ୍କୁ ମଞ୍ଚ ଉପରୁ ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here