ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ପାଟଣାଗଡ଼ ଏସ୍ଡିଜେଏମ କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ । ଏହି ଚାର୍ଜସିଟରେ ୭୨ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇଛି । କଲେଜ ଅଧ୍ୟକ୍ଷ ପଦ ପାଇଁ ଚାଲିଥିବା ବିବାଦ ପାଇଁ ପୁଞ୍ଜିଲାଲ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିବା କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି।