ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ମାନ୍ୟତା ଦାବିରେ ବଣାଇ ବନ୍ଦ. ବଣାଇ କ୍ରିୟାନୁଷ୍ଠାନ କମିଟି 12 ଘଣ୍ଟିଆ ଏହି ବନ୍ଦ ଡାକରା ଦେଇଛି. ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି. ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ କିଛି ରାଜନୈତିକ ଦଳ ମଧ୍ୟ ଏହି ଡାକରାକୁ ସମର୍ଥନ ଦେଇଛନ୍ତି. ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ହେବା ଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି. ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି. ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଛି.

LEAVE A REPLY

Please enter your comment!
Please enter your name here