ଜଗତସିଂହପୁର: ଭାଲେଣ୍ଟାଇନ ସପ୍ତାହ ଚାଲିଥିବା ବେଳେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ଦୁଇ ପ୍ରେମୀଯୁଗଳ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ । ମୃତ ପ୍ରେମୀ ଯୁଗଳ ହେଲେ ବାରିପଡା ହଳଦୀଡିହ ଗାଁର ବିରଜା ପ୍ରସାଦ ସ୍ୱାଇଁ ଏବଂ ଚଶାପଡା ଗାଁର ସ୍ୱିଟି ମହାରଣା । ସୂଚନା ମୁତାବିକ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପକ ରହିଥିଲା । ତେବେ ଏ ବିଷୟରେ ଉଭୟଙ୍କ ପରିବାର ଜାଣିବାପରେ ସେମାନଙ୍କ ସମ୍ପକୁ ବିରୋଧ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ବିରଜା ପ୍ରସାଦ ନିଜ ଘର ପାଖ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆଜି ଭୋର୍‌ରେ ପ୍ରେମିକା ସ୍ୱିଟି ନିଜ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛି । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପଣ୍ଣ ପରିସ୍ଥିତି ଲାଗି ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here