କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ସେ ସାଧାରଣ ଲୋକଙ୍କ ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି । ଗୁରୁତ୍ୱପୂର୍ଣ କଥା ହେଉଛି, ଏପର୍ଯ୍ୟନ୍ତ ସଂସଦରେ ବଜେଟ ଅଭିଭାଷଣ ଦେଇଥିବା ଅର୍ଥମନ୍ତ୍ରୀମାନଙ୍କ ମଧ୍ୟରେ ନିର୍ମଳା ସୀତାରମଣ ସବୁଠାରୁ ଲମ୍ବା ଭାଷଣ ଦେଇଛନ୍ତି । ସେ ଅଢେଇ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେଇଛନ୍ତି । ଏହା ପୂର୍ବରୁ ଯଶୱନ୍ତ ସିଂ ୨୦୦୩ ରେ ୨ ଘଣ୍ଟା ୧୩ ମିନିଟ ଭାଷଣ ଦେଇଥିଲେ । ସବୁଥରକ ପରି ଏଥରକ ମଧ୍ୟ ବଜେଟ ଉପସ୍ଥାପିତ ହେବାପରେ କିଛି ସାମଗ୍ରୀ ମହଙ୍ଗା ହୋଇଛି ଓ କିଛି ଶସ୍ତା ହୋଇଛି । ଆସନ୍ତୁ ଜାଣିବା, ସାଧାରଣ ଲୋକଙ୍କ ପାଇଁ କେତେ ଗୁରୁତ୍ୱ ବହନ କରୁଛି ଚଳିତ ବଜେଟ । ଜୋତା, ତମ୍ବା, ଆଲ୍କୋହଲ, ପଙ୍ଖା, ଷ୍ଟେସନାରୀ, ମୋବାଇଲ ଫୋନ, ବିଦେଶୀ ଫଣ୍ଣିଚର, ସିଗାରେଟ, ଇସ୍ପାତ, ଇମ୍ପୋଟେଡ ମେଡିକାଲ ସାମଗ୍ରୀ ଇତ୍ୟାଦି ମହଙ୍ଗା ହେବ । ସେହିପରି ଅଶୋଧିତ ଚିନି, ନ୍ୟୁଜ ପ୍ରିଣ୍ଟ, ସ୍କିମଡ କ୍ଷୀର, ସୋୟା ପ୍ରୋଟିନ, କୃଷି ଓ ପଶୁ ଜାତ ଦ୍ରବ୍ୟ, ଇତ୍ୟାଦି ଶସ୍ତା ହେବ ।