ଏଣିକି ମତ୍ସ୍ୟଜିବୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ ହେବା ସହିତ ଇଣ୍ଟରନ୍ୟାଶନାଲ ମେରିଟାଇମ ବାଉଣ୍ଡରି ଲାଇନର ଅବସ୍ଥିତି ସମ୍ପର୍କରେ ଜାଣିପାରିବେ । ସ୍ୱଦେଶୀ ଗ୍ୟାନ କୌଶଳରେ ନିର୍ମିତ ଏଭଳି ଜିପିଏସ (ନାଭିକ ସିଷ୍ଟମ) ସେମାନଙ୍କୁ ସହାୟକ ହୋଇପାରିବ ବୋଲି ଇସ୍ରୋର ଜଣେ ବରିଷ୍ଠ ବୈଗ୍ୟାନିକ ସୂଚନା ଦେଇଛନ୍ତି ।
୨୦୧୭ ଡିସେମ୍ବରରେ ଘୂର୍ଣ୍ଣିଝଡ ‘ଓଖି’ରେ ଅନେକ ମତ୍ସ୍ୟଜିବୀ ମୃତ୍ୟୁବରଣ କରିବା ପରେ କେରଳ ସରକାରଙ୍କ ଅନୁରୋଧକ୍ରମେ ଇସ୍ରୋ ଦ୍ୱାରା ଏଭଳି ଏକ ସିଷ୍ଟମ ବିକାଶ କରାଯାଇଛି । ଘୂର୍ଣ୍ଣିଝଡ ସମ୍ପର୍କରେ ଠିକ୍ ସମୟରେ ସୂଚନା ପାଇବା ଏଣିକି ସମ୍ଭବ ହୋଇପାରିବ । ସମୁଦ୍ରରେ ପ୍ରଚୁର ମାଛ ମିଳିବାର ସ୍ଥାନ ସମ୍ପର୍କରେ ମଧ୍ୟ ଏହି ସିଷ୍ଟମ ସୂଚନା ଦେଇପାରିବ ବୋଲି ଅହମ୍ମଦାବାଦସ୍ଥିତ ଇସ୍ରୋ ସ୍ପେସ୍ ଆପ୍ଲିକେଶନ ସେଣ୍ଟରର ଉପନିର୍ଦ୍ଦେଶକ ନିଲେଶ ଦେଶାଇ କହିଛନ୍ତି ।