କରୁଣାନିଧିଙ୍କ ଶେଷ ଦର୍ଶନ ବେଳେ ଅଘଟଣ। ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବା ପାଇଁ  ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ଦେଖିବାକୁ ମିଳିଥିଲା ।ଫଳରେ ଦଳାଚକଟା ଯୋଗୁ ଭିଡ ଭିତରେ ୨ଜଣ ପ୍ରାଣ ହରାଇଥିବାବେଳେ ୪୪ ଗୁରୁତର ହୋଇଛନ୍ତି। ଖାଲି ସେତିକି ନୁହେଁ, ଭିଡ ଭିତରେ ନିଜ ପିଲାଙ୍କୁ ହଜାଇ ବାପା-ମା’ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଏଭଳି ଅଘଟଣ ଘଟିଥିଲା ।  କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ରାଜାଜୀ ହଲ ଠାରେ ଉପସ୍ଥିତ ହୋଇଥିଲେ ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଛି. ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା. ଗତ ଏଗାର ଦିନ ଧରି କାବେରୀ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ. ତାଙ୍କ ମୃତ୍ୟୁ ଖବର ପାଇବାମାତ୍ରେ ଗୋପାଳପୁରମ୍ ରେ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଥିଲା । ଶୋକାକୁଳ ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତୃବର୍ଗ ଗଭୀର ଶୋକପ୍ରକାଶ କରିଛନ୍ତି.  ତାମିଲ ସିନେମାରେ ଜଣେ ସ୍କ୍ରିପ୍ଟ ରାଇଟର ଭାବେ ଜୀବନ ଆରମ୍ଭ କରିଥିବା କରୁଣାନିଧି ତାମିଲନାଡୁର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ. ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲାଇଗ୍ନାର ମୁଥୁଭେଲ୍ କରୁଣାନିଧିଙ୍କ ଶେଷକୃତ୍ୟ ମାରିନା ବିଚରେ ସମ୍ପନ୍ନ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରାୟ ଦେବା ପରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସରକାର ଏପରି ପ୍ରସ୍ତାବକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ହାଇକୋର୍ଟ ରାୟକୁ ମାନିବାକୁ ବାଧ୍ୟ ହୋଇଛନ୍ତି । ମାରିନା ବିଚରେ ରାଜ୍ୟର ୩ ମୁଖ୍ୟମନ୍ତ୍ରୀଙ୍କ ସମାଧି  ରହିଛି । ସୁଚନାଯୋଗ୍ୟ, ପୂର୍ବରୁ ଏପରି ଏକ ମାମଲାରେ କରୁଣାନିଧି ଜାନକୀ ରାମଚନ୍ଦ୍ରନଙ୍କ ଶେଷକୃତ୍ୟ ମାରିନା ବିଚରେ କରାଇବାକୁ ମନା କରିଥିଲେ ।

LEAVE A REPLY

Please enter your comment!
Please enter your name here