ଚାରିମାସ ତଳେ ହୋଇଥିଲା ବାହାଘର. ଅଗ୍ନିକୁ ସାକ୍ଷୀ ରଖି ସଂପା ବାରିକଙ୍କୁ ବାହା ହୋଇଥିଲେ ସଂପା. ସୁଖର ସଂସାର ଗଢିବା ପାଇଁ ସଂପାଙ୍କ ସ୍ବପ୍ନ ବାହାଘରର ଚାରିମାସ ପରେ ଜଳିଗଲା. ଆରମ୍ଭ ହୋଇଗଲା ଶାଶୁଘରେ ଯୌତୁକ ନିର୍ଯାତନା. ସୁନା ଚେନ୍ ପାଇଁ ଆରମ୍ଭ ହୋଇଥିବା ନିର୍ଯାତନା ଶେଷରେ ଭୟଙ୍କର ରୂପ ନେଲା. ଶାଶୁଘର ଲୋକେ ନିଆଁ ଲଗାଇଦେଲେ ନବବଧୂ ସଂପାଙ୍କ ଦେହରେ. ଆଉ ନିଜକୁ ବଞ୍ଚାଇବା ପାଇଁ ଜଳୁଥିବା ଅବସ୍ଥାରେ ଗାଁ ଦାଣ୍ଡରେ ଦୌଡୁଥିଲେ ସେ. ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି. ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଚିଲାପଦା ଗାଁରେ. ଚିଲାପଦା ଗାଁର ମୁକ୍ତିକାନ୍ତ ଦାସ ବାହା ହୋଇଥିଲେ ବିଖାପଦା ଗାଁର ବ୍ରଜେନ୍ଦ୍ର ବାରିକଙ୍କ ଝିଅ ସଂପାକୁ. ଆର୍ଥିକ ଦୂରବସ୍ଥା ପାଇଁ ବାପଘର ଲୋକେ ସୁନାଚେନ୍ ଦେଇପାରି ନଥିଲେ. ବାସ୍ ଏଇଠୁ ଆରମ୍ଭ ହୋଇଥିଲା ସଂପାଙ୍କ ଜୀବନରେ ନିର୍ଯାତନାର କାହାଣୀ. ଏବେ ସେ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି.

LEAVE A REPLY

Please enter your comment!
Please enter your name here