ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା I ଆଜି ସକାଳୁ ପରୀକ୍ଷା ଆରମ୍ଭ ହୋଇ ଦିନ 1ଟା ଯାଏଁ ଚାଲିବ I ମୋଟ 1143ଟି କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ 3 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ I ରାଜ୍ୟର 202ଟି ହବରେ ପ୍ରଶ୍ନପତ୍ର ରଖାଯାଇଛି I ସାଢେ 9ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛି I ପ୍ରଥମ ଦିନରେ ବିଜ୍ଞାନ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ମାତୃଭାଷା ଓଡିଆ ପରୀକ୍ଷା ଦେଉଛନ୍ତି I ଏହି ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ଲାଗି ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି I ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ଦୁଇ ଦୁଇ ଥର ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି I ମାଓ ଅଞ୍ଚଳରେ ଶୃଙ୍ଖଳିତ ପରୀକ୍ଷା ସଂପାଦନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି I ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ ଏବଂ ଅନ୍ୟ ବୈଦୁତିକ ଉପକରଣକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି I