ହାଇଦ୍ରାବାଦସ୍ଥିତ ଓସମୋନିଆ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ସୁରକ୍ଷା ଦାବିରେ ଅଭିନବ ପ୍ରତିବାଦ କରିଛନ୍ତି. ତେଲେଙ୍ଗାନାର ସବୁଠୁ ବଡ ହସ୍ପିଟାଲର ଗୃହ ଅସୁରକ୍ଷିତ ଅବସ୍ଥାରେ ଥିବାରୁ କତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ବେଳେ ମୁଣ୍ଡରେ ହେଲମେଟ ପିନ୍ଧିଥିଲେ. କାରଣ ରୋଗୀଙ୍କୁ ଦେଖିବା ସମୟରେ ଛାତ ଭୂଷୁଡି ଡାକ୍ତର ଓ କର୍ମଚାରୀଙ୍କ ଉପରେ ପଡିବା ଭଳି ଏମିତି ବହୁତ ଉଦାହରଣ ଦେଖିବାକୁ ମିଳିଛି. ଡାକ୍ତରଙ୍କ କହିବା କଥା ହେଲା କି ସେମାନେ ପ୍ରତିଦିନ ସକାଳୁ ଏଭଳି ବିରୋଧ ପ୍ରଦର୍ଶନ କରିବେ. ସବୁଠୁ ଆପତ୍ତିଜନକ ସ୍ଥିତି ହେଲା 100 ବର୍ଷର ବିରାସତ ଭବନରେ ଲୋକମାନେ ବହୁତ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି. କିଛିଲୋକ ଏହାକୁ ଅସୁରକ୍ଷିତ ଜୋନ କହି ପ୍ଲେ କାର୍ଡ ସହ ପରିସର ଭିତରେ ହେଲମେଟ ଦାନ କରୁଥିବା ଦେଖିବାକୁ ମିଳିଛି. ସବୁଠୁ ଆଶ୍ଚର୍ଯ୍ୟର କଥା ଥିଲା କି, କେବଳ ଡାକ୍ତର ଓ ପାରାମେଡିକାଲର ଷ୍ଟାଫମାନେ ହେଡ୍ ଗିଅର ପିନ୍ଧିଥିଲେ ଏବଂ ରୋଗୀମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡିଦିଆଯାଇଥିଲା. ଓସମୋନିଆ ହସ୍ପିଟାଲର ଡାକ୍ତରମାନେ ପ୍ରଥମେ ସୁରକ୍ଷିତ ପରିସର ପାଇଁ କିଛିମାସ ପର୍ଯ୍ୟନ୍ତ ବିରୋଧ କରିଥିଲେ. ହାଇଦ୍ରାବାଦର ନାଗରିକ ସଂଗଠନ ହସ୍ପିଟାଲ କୋଠାକୁ ଅସୁରକ୍ଷିତ କହିଥିବା ବେଳେ ଏହାର ମାତ୍ର ଦୁଇଟି ମହଲା ଅସୁରକ୍ଷିତ ବୋଲି ତେଲେଙ୍ଗାନା ରାଜ୍ୟ ମେଡିକାଲ ଭିତ୍ତିଭୂମି ଉନ୍ନୟନ ନିଗମ କହିଛି.

LEAVE A REPLY

Please enter your comment!
Please enter your name here