ପୁରୀ :ୟୁନିୟନ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟେସ ବ୍ୟାଙ୍କରୁ ଫେରିଥିବା ଜମା ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟାରେ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଟଙ୍କା ଜମା ପାଇଁ ଆଜି ଟେଣ୍ଡର ପ୍ରକ୍ରିୟାରେ ୮ ବ୍ୟାଙ୍କ ସାମିଲ ହୋଇଥିଲେ । ସମସ୍ତ ବ୍ୟାଙ୍କ ଠାରୁ ୟୁନିୟନ ବ୍ୟାଙ୍କର ସୁଧର ହାର ଅଧିକା ଥିବାରୁ ଏଠାରେ ମହାପ୍ରଭୁଙ୍କ ଟଙ୍କା ଜମା ରଖିବା ପାଇଁ ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here