ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେପି ପ୍ରାର୍ଥୀ ହେବାକୁ ଯାଉଛନ୍ତି । 2014 ନିର୍ବାଚନରେ ସେ ଭୁବନେଶ୍ବର ଉତ୍ତର ଆସନରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । 2019ରେ ଦଳ ତାଙ୍କୁ ଟିକଟ ଦେଇ ନ ଥିଲା । ସେ ଦୀର୍ଘବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରୁଥିଲେ ହେଁ ଦଳ ତାଙ୍କୁ ହତାଦର କଲା ବୋଲି ସେ କହିଛନ୍ତି । ଏବେ ବିଜେପିରେ ସାମିଲ ହେବା ପରେ ଏଥର ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ । ଗତ ନିର୍ବାଚନରେ ବିଜେଡି ଏହି ଆସନରୁ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଥିଲା । ଏଥର ବି ସୁଶାନ୍ତ ବିଜେଡି ପ୍ରାର୍ଥୀ ହେବାକୁ ଯାଉଛନ୍ତି । ତେଣୁ ଦେଖିବାକୁ ଗଲେ ଦୁଇ ବିଜେଡି ନେତା ପରସ୍ପର ବିରୋଧରେ ଲଢେଇ କରିବା ନିଶ୍ଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here